ସଇଁନ୍ତଲା ସରପଞ୍ଚ ସଂଘର କର୍ମକର୍ତ୍ତା ଚୟନ, ସଂଘ ସଭାପତି ଗୀତାଞ୍ଜଳି ପଣ୍ଡା ମନୋନୀତ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ସ୍ଥାନୀୟ କଂଗ୍ରେସ କାର୍ଯ୍ୟଳୟ ଠାରେ ସରପଞ୍ଚ ସଂଘର କର୍ମକର୍ତ୍ତା ଚୟନ ହୋଇଥିଲା। ବ୍ଲକ୍‌ର ୨୨ଟି ପଞ୍ଚାୟତ ସରପଞ୍ଚଙ୍କ ସମର୍ଥନ ଯୋଗୁଁ ସରପଞ୍ଚ ସଂଘର ସଭାପତି ଗୀତାଞ୍ଜଳି ପଣ୍ଡା, ଉପ ସଭାପତି ରାମଚନ୍ଦ୍ର ବେହେରା, ସମ୍ପାଦକ ତିଳୋତମା ବାଗ ଓ କୋଷାଧ୍ୟକ୍ଷ ଭାବେ ଗଜପତି ସାହୁ ମନୋନୀତ ହୋଇଛନ୍ତି। ବ୍ଲକ୍ ସରପଞ୍ଚ ସଭାପତି ଶ୍ରୀମତୀ ପଣ୍ଡାଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପଞ୍ଚାୟତର ଉନ୍ନତି ଦିଗରେ ସମସ୍ତ ସରପଞ୍ଚ ଏକତ୍ରିତ ହୋଇ ଉନ୍ନତି କଲେ ବ୍ଲକ୍‌ର ଉନ୍ନତି ହେବ। ତେବେ ଏହା ଆମର ଲକ୍ଷ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରୁ ସରପଞ୍ଚ ଅଶୋକ ସାହୁ, ପୁରୁଷୋତ୍ତମ କଲତା, ଅହଲ୍ୟା ସାହୁ, ଇତିଶ୍ରୀ ସାହୁ, ପୁଷ୍ପାଞ୍ଜଳି ମାଝୀ, ରାମା ଛତ୍ରିଆ, ଶୈଳେନ୍ଦ୍ରୀ ମହାନନ୍ଦ, ନନ୍ଦି କିଶୋର ବଗର୍ତ୍ତି, ରାଜେନ୍ଦ୍ର ଜାନୀ, ମାଳତୀ ରଣା, ଯୁଗଲାଲ ମାଝୀ, ଲତା କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ। ପରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ୍ ଅଧ୍ୟକ୍ଷ। ମୋନିକା ସିଂ ଭୋଇ ସମସ୍ତ ସରପଞ୍ଚ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।