ଏଣିକି ଅନଲାଇନରେ ବାସିନ୍ଦା ଏବଂ ଆୟ ସାର୍ଟିଫିକେଟ ଆବେଦନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ବାସିନ୍ଦା ଏବଂ ଆୟ ସାର୍ଟିଫିକେଟ ପାଇଁ ଯେ କୌଣସି ସ୍ଥାନରୁ ଅନଲାଇନରେ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନକାରୀ ଯେ କୌଣସି ତହସିଲ ପାଇଁ ଯେ କୌଣସି ଜନସେବା କେନ୍ଦ୍ରରେ ମଧ୍ୟ ଆବେଦନ କରିପାରିବେ। ସମସ୍ତ ପ୍ରମାଣ ପତ୍ର ପୋର୍ଟାଲ ଓ ନିଜ ମେଲ ବକ୍ସରୁ ଡାଉନଲୋଡର ସୁବିଧା ରହିଛି।

ଆବେଦନକାରୀଙ୍କ ଘୋଷଣାନାମ ଓ ଅପଲୋଡ କରାଯାଇଥିବା କାଗଜାତରେ ଦିଆଯାଇଥିବା ତଥ୍ୟ ଆଧାରରେ ମିଳିବ ବାସିନ୍ଦା ଓ ଆୟ ପ୍ରମାଣ ପତ୍ର। ଏହି ପ୍ରମାଣପତ୍ର ପାଇଁ ନାଗରିକମାନଙ୍କୁ ତହସିଲ ଅଫିସ ଚକ୍କର କାଟିବାକୁ ପଡିବ ନାହିଁ। ଅନଲାଇନରେ ବିନା ଦେୟରେ ଏହି ପ୍ରମାଣପତ୍ର ମିଳିପାରିବ। ମୋବାଇଲ ଆପ୍ ମାଧ୍ୟମରେ ଭୂ-ରାଜସ୍ବ(ଖଜଣା) ପୈଠ କରିହେବ। ଏଥିପାଇଁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ‘ପାଉତି’ ଆପର ଉନ୍ମୋଚନ କରିଛନ୍ତି। ଏଥି ସହିତ ରାଜସ୍ବ ଏବଂ ବିପର୍ୟ୍ୟୟ ପରିଚାଳନା ବିଭାଗ ରାଜ୍ୟରେ ଜନସାଧାରଣଙ୍କ ପାଇଁ ଇ-ସାର୍ଟିଫିକେଟ ୱେବସାଇଟର ମଧ୍ୟ ଶୁଭାରମ୍ଭ କରାଯାଇଛି।