ଦୁଇଟି କାର ସହ ଗଞ୍ଜେଇ ଜବତ, ୪ ଗିରଫ

ବାଲିଗୁଡା,ଏନ୍ଏନ୍ଏସ୍: ଗଞ୍ଜେଇ ଚାଲାଣ ସମୟରେ ବାଲିଗୁଡା ପୁଲିସ ଦ୍ୱାରା ୪ ଜଣ ଗିରଫ ହେବା ସହ ଗଂଜେଇ ଓ ଦୁଇଟି କାରକୁ ଜବତ କରାଯାଇଛି। ସୂଚନାରୁ ପ୍ରକାଶ ଯେ ବାଲିଗୁଡା ପୁଲିସ ଥାନା ଅଧିକାରୀ ବାବା ଶଙ୍କର ସରାଫ ଓ ଅନ୍ୟ ପୁଲିସ ବାହିନୀ ପାଟ୍ରୋଲିଂ କରୁଥିବା ସମୟରେ ଦୁଇଟି କାରରେ ଗଞ୍ଜେଇ ଯାଉଥିବା ସନ୍ଦେହ କରି ସେହି ଦୁଇ ଗାଡିକୁ ପିଛା କରିବା ପରେ କାର ଦୁଇଟିକୁ ତନଖି କରିବା ବେଳେ ସେଥିରୁ ୫୪ କେଜି ୫୦୦ ଗ୍ରାମ ଗଞ୍ଜେଇ ବାହାରିଥିଲା।

ଏହାପରେ କାର ନଂ. ଓଡି-୧୪ସି-୯୪୮୦ ଏବଂ ଓଡି -୩୩ୱାଇ-୦୩୬୦ ସହ ଗଞ୍ଜେଇ ଜବତ କରିଥିବା ବେଳେ ଏହି ଘଟଣାରେ ସଂଶ୍ଲିଷ୍ଟ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳ ପଡା ଗ୍ରାମର ଅମରେନ୍ଦ୍ର ମଲ୍ଲିକ, ରାଜା ମଲ୍ଲିକ, ଦେବଦତ୍ତ ଦାସ, ପ୍ରକାଶ ଜେନାକୁ ଗିରଫ କରିଛନ୍ତି। କେସ୍ ନଂ- ୨୭୩/୨୧ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲଣ କରଯାଇଥିବା ବିଷୟ ଆଇଆଇସି ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି।