ଗଜପତିଙ୍କ ଛେରାପହଁରାକୁ ୫୦ ବର୍ଷ ପୁରିଲା

ପୁରୀ,ଏନ୍ଏନ୍ଏସ୍: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ଚଳିତ ବର୍ଷକୁ ମିଶାଇ ତାଙ୍କର ଛେରାପହଁରାକୁ ୫୦ ବର୍ଷ ପୂରଣ ହୋଇଛି। ୧୯୭୧ ମସିହାରୁ ଗଜପତି ମହାରାଜା ଛେରାପହଁରା କରି ଆସୁଛନ୍ତି। ପିତାଙ୍କ ମୃତ୍ୟୁ ପରଠୁ ସେ ହିଁ ଛେରାପହଁରା କରୁଛନ୍ତି। କେବଳ ୧୯୭୬ରେ ଉଚ୍ଚଶିକ୍ଷା ପାଇଁ ଆମେରିକାରେ ଥିବାରୁ ଛେରାପହଁରା କରିପାରିନଥିଲେ।