ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୦୮୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୯୮ଜଣ ଓ ସ୍ଥାନୀୟ ସଂକ୍ରମଣ ୮୮୭ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୫୮ହଜାର ୫୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୨୮, କଟକରୁ ୨୧୦, ଭଦ୍ରକରୁ ୧୭୩, ଯାଜପୁରରୁ ୧୩୨, ବାଲେଶ୍ୱରରୁ ୧୧୩, ଷ୍ଟେଟପୋଲରୁ ୧୧୦, ଜଗତସିଂହପୁରରୁ ୧୦୮, ପୁରୀରୁ ୧୦୬, କେନ୍ଦ୍ରାପଡ଼ରୁ ୯୪, ମୟୁରଭଞ୍ଜରୁ ୮୪, ଅନୁଗୁଳରୁ ୭୩, ନୟାଗଡ଼ରୁ ୬୦, ଢେଙ୍କାନାଳରୁ ୪୧, ସମ୍ବଲପୁରରୁ ୩୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୫ଜଣ ରହିଛନ୍ତି। ସେହିପରି କେଉଁଝରରୁ ୨୪, ଗଜପତି ଓ ମାଲକାନଗିରିରୁ ୧୯ ଲେଖାଏଁ, କନ୍ଧମାଳ ଓ ନବରଙ୍ଗପୁରରୁ ୧୮ଲେଖାଏଁ, କୋରାପୁଟରୁ ୧୬, ବରଗଡ଼ରୁ ୧୫, ଗଞ୍ଜାମ ଓ ରାୟଗଡ଼ାରୁ ୧୪ ଲେଖାଏଁ, କଳାହାଣ୍ଡିରୁ ୧୦, ବଲାଙ୍ଗିରରୁ ୭, ନୂଆପଡ଼ାରୁ ୫, ଦେଓଗଡ଼ ଓ ସୋନପୁରରୁ ୪ ଲେଖାଏଁ, ବୌଦ୍ଧରୁ ୩ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ଜଣ ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୫୮ହଜାର ୫୯ ହୋଇଥିବାବେଳେ ୯ଲକ୍ଷ ୩୨ହଜାର ୬୬୬ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୫,୧୭୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୦ହଜାର ୧୬୮ଜଣ ଚିକିତ୍ସିତ ହେଉଛନ୍ତି।