୨୦୨୫ରେ ହେବ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଶେଷ ହୋଇଛି । କଟକ, ଭୁବନେଶ୍ୱର ଓ ପୁରୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଂଶିକ ଭାବେ ଦୃଶ୍ୟମାନ ହୋଇଛି । ସେହିପରି ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ୨୦୨୩ରେ ହେବାସହ ଓଡ଼ିଶାକୁ ଆଂଶିକ ଭାବେ ଦୃଶ୍ୟମାନ ହେବ ବୋଲି ଜଣାପଡ଼ିଛି । ହେଲେ ୨୦୨୫ ମସିହା ସେପ୍ଟେମ୍ବର ୭ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମ ନିର୍ଦ୍ଦେଶକ ଶୁଭେନ୍ଦୁ ଷଡ଼ଙ୍ଗୀ ସୂଚନା ପ୍ରଦାନ କରିଛନ୍ତି ।