ଆଜିଠୁ ରାଜ୍ୟରେ ପୁଣି ଲଘୁଚାପ ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଥିବାବେଳେ ଏହା ପ୍ରଭାବରେ ଆଜିଠାରୁ ରାଜ୍ୟରେ ୩ ଦିନ ଧରି ବର୍ଷା ଲାଗି ରହିବ। ଏହି ପରିପ୍ରେକ୍ଷୀରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷାର ହେବ। ତେବେ ଏହି ଲଘୁଚାପଟି ଆସନ୍ତାକାଲିଠୁ ଅଧିକ ଘନୀଭୂତ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିସହିତ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ହେବାର ସମ୍ଭାବନା ରହିଛି। ଏହାସହ ଝଡ଼ତୋଫାନ ସହ ବଜ୍ରପାତ ଆଶଙ୍କା ନେଇ ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେପଟେ ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ଜଳସମ୍ପଦ ବିଭାଗ ସଜାଗ ରହିଛି। ବଂଶଧାରା, ନାଗାବଳୀ ଓ ଋଷିକୁଲ୍ୟା ଆଦି ନଦୀର ଜଳସ୍ତର ହ୍ରାସ କରାଯାଇଛି। ଡ୍ୟାମରୁ ଜଳସ୍ତର ୬୫ରୁ ୭୦ ଭିତରେ ରଖାଯାଇଛି। ସେହିପରି ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ବାଲିବସ୍ତା ଓ ବାଉଁଶ ରଖାଯାଇଥିବା ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।