ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ ଘଟିଛି। ଶରତଙ୍କ ମୃତ୍ୟୁ ନେଇ ପୁଅ ସୁମନ କର ସୂଚନା ଦେଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶରତ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ବିଧାନସଭା ବାଚସ୍ପତି ସହ ସେ ଏକାଧିକ ଥର ମନ୍ତ୍ରୀ ମଧ୍ୟ ଥିଲେ।