ଭୁବନେଶ୍ୱରରେ ୨୭୧ କରୋନା ପଜିଟିଭ ଚିହ୍ନଟ: ୩୧୩ ସୁସ୍ଥ ରାଜ୍ୟ By Nitidin On Oct 12, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ୨୭୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୮ଜଣ ଓ ସ୍ଥାନୀୟ ସଂକ୍ରମଣ ୨୦୩ ଜଣ ରହିଛନ୍ତି। ଅନ୍ୟପଟେ ୩୧୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୭୩୫ ହୋଇଥିବାବେଳେ ୨୨ ହଜାର ୨୧୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୧୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୩୮୫ ଜଣ ଚିକିତ୍ସିତ ହେଉଛନ୍ତି। Share