ବିଞ୍ଝାରପୁର ପୂର୍ବତନ ବିଧାୟକ ଅର୍ଜୁନ ଦାସ ସଡ଼କ ଦୁର୍ଘଟଣାରେ ମୃତ

ଯାଜପୁର,ଏନ୍‌ଏନ୍‌ଏସ୍‌: ବିଞ୍ଝାରପୁର ପୂର୍ବତନ ବିଧାୟକ ଅର୍ଜୁନ ଦାସଙ୍କ ପରଲୋକ ଘଟିଛି । ଆଜି ସକାଳୁ ଏକ ବୈଠକରେ ଯୋଗ ଦେବା ଲାଗି ଅର୍ଜୁନ ବାଇକ ଯୋଗେ ଭୁବନେଶ୍ୱର ଆସୁଥିବାବେଳେ ଯାଜପୁର ସଦର ଥାନା ବରୁହାଁ ନିକଟସ୍ଥ ବ୍ରାହଣୀ ସେତୁରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଅର୍ଜୁନଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷରା କରିଥିଲେ ।

ସୂଚନାଯୋଗ୍ୟ, ଅର୍ଜୁନ ଦାସ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ବିଞ୍ଝାରପୁରରେ କଂଗ୍ରେସର ବିଧାୟକ ଥିଲେ ।