କଳିଙ୍ଗରେ ବାଜିଲା ଫୁଟବଲ୍ ବିଶ୍ୱକପ୍ ବିଗୁଲ; ପ୍ରଥମ ଦୁଇ ମ୍ୟାଚରେ ବ୍ରାଜିଲ ଓ ଚିଲିର ବାଜିମାତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶ୍ବକପର ବାଜିଲା ବିଗୁଲ । ପ୍ରଥମ ଦୁଇ ମ୍ୟାଚରେ ବ୍ରାଜିଲ ଚିଲିର ବାଜିମାତ । ଗୋଆରେ ଜିତିଛି ନ୍ୟୁଜିଲାଣ୍ଡ ଭୁବନେଶ୍ବରରେ ଜିତିଛି ବ୍ରାଜିଲ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଅଣ୍ଡର-୧୭ ଫିଫା ମହିଳା ବିଶ୍ବକପ । ପ୍ରଥମ ମ୍ୟାଚରେ ମରୋକ୍କୋକୁ ହରାଇ ବ୍ରାଜିଲ ବିଜୟୀ ହୋଇଛି । ୧-୦ ଗୋଲରେ ମରୋକ୍କୋକୁ ପରାସ୍ତ କରିଛି ବ୍ରାଜିଲ ।

ମ୍ୟାଚ ଆରମ୍ଭରୁ ବ୍ରାଜିଲ୍ ଆଟାକିଂ ଗେମ୍ ଖେଳି ମ୍ୟାଚର ୫ ମିନିଟରେ ଗୋଲ ସ୍କୋର କରିଥିଲା । ତେବେ ମରୋକ୍କୋ ଟିମ୍ ଭଲ ଖେଳିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସକ୍ଷମ ହୋଇନଥିଲା । ସେପଟେ ଗୋଆରେ ଚାଲିଥିବା ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଚିଲି ବିଜୟ ହାସଲ କରିଛି । ଏପଟେ ଆଉ କିଛି ସମୟ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ବକପ୍ ଉଦଘାଟନ କରିବେ । ରାତି ୮ଟାରେ ଗୋଆରେ ଜର୍ମାନୀ-ନାଇଜେରିଆ ଓ ଭୁବନେଶ୍ବରରେ ଭାରତ-ଆମେରିକା ମୁକାବିଲା ହେବ ।