ସମ୍ବଲପୁର,ଏନ୍ଏନ୍ଏସ୍: ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା ବିଶେଷ ସୂଚନା ଦେଇଛନ୍ତି । ଏସଆରସି କହିଛନ୍ତି ଯେ, ହୀରାକୁଦକୁ ଜଳ ପ୍ରବାହ କମିଛି । ଏବେ ହୀରାକୁଦକୁ ୪ଲକ୍ଷ ୪୦ହଜାର କ୍ୟୁସେକ ଜଳ ପଶୁଛି । ହୀରାକୁଦରୁ ୬ଲକ୍ଷ ୭୪ହଜାର କ୍ୟୁସେକ ଜଳ ବାହାରୁଛି । ଜଳସ୍ତର ୬୨୪.୪୩ ଫୁଟ ରହିଛି ଏବଂ କାଲି ସଂନ୍ଧ୍ୟା ସୁଦ୍ଧା ୬୨୨କୁ ଖସାଇବାକୁ ଉଦ୍ୟମ ଜାରି ରହିଛି । ଜଳସ୍ତର କମିଥିବାରୁ ହୀରାକୁଦର ୪ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୩୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।