ବନ୍ୟା କ୍ଷୟକ୍ଷତି ରିପୋର୍ଟ ମାଗିଲା ବିଭାଗ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଲଗାଣ ବର୍ଷା ଓ ବନ୍ୟା କ୍ଷୟକ୍ଷତି ରିପୋର୍ଟ ରାଜସ୍ୱ ଓ ପରିଚାଳନା ବିଭାଗ ମାଗିଛି । ଜିଲ୍ଲାପାଳଙ୍କୁ ତୁରନ୍ତ ରିପୋର୍ଟ ଦେବା ଲାଗି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଥିବା ନେଇ ରାଜସ୍ୱ ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।