ଭୁବନେଶ୍ୱର,ଏନ୍ଏନ୍ଏସ୍: ବନ୍ୟାରେ ପ୍ରଭାବିତ ହୋଇଥିବା ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏଥିରେ ୩୩ ପ୍ରତିଶତ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ସହାୟତା ମିଳିବ। ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ସବସିଡି, ଜଳସେଚିତ ଜମି ପାଇଁ ୧୩, ୫୦୦, ବାରମାସି ଫସଲ ପାଇଁ ୧୮ ହଜାର ଦିଆଯିବ। ସମସ୍ତ ସହାୟତା କେବଳ ପ୍ରକୃତ ଚାଷୀଙ୍କୁ ମିଳିବ ବୋଲି ଘୋଷଣା କରାଯାଇଛି। ବାରମାସି ଫସଲ ପାଇଁ ସର୍ବନିମ୍ନ ୨ ହଜାର ଓ ଅନ୍ୟ ପାଇଁ ହଜାରେ ମିଳିବ। ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୨୦ ହଜାର ବିହନ ମିନିକିଟ୍ ମିଳିବ। ୫୦ ପ୍ରତିଶତ ସବସିଡିରେ ୨ ହଜାର ପମ୍ପସେଟ୍ ଯୋଗାଇ ଦିଆଯିବ। ୩ ହଜାରରେ ବ୍ୟାଟେରୀ ସ୍ପ୍ରେୟାର ଓ ୬୦୦ରେ ହାତଚଳା ସ୍ପ୍ରେୟାର ମିଳିବ। କ୍ଷତିଗ୍ରସ୍ତ ଜିଲ୍ଲାକୁ ୧୦ କୋଟି ଫାର୍ମ ମେକାନାଇଜେସନ ସବସିଡି ମିଳିବ। ପ୍ରତ୍ୟେକ ୧୩୦ ଟଙ୍କାର ୧ଲକ୍ଷ ଚାଷୀଙ୍କୁ ପରିବା ମଞ୍ଜି କିଟ୍ ଯୋଗାଇ ଦିଆଯିବ। ୧୦ ହଜାର ଛତୁ ଚାଷୀଙ୍କୁ ଘର ମରାମତି ପାଇଁ ୫୦୦ ଲେଖାଏଁ ମିଳିବ ବୋଲି ସୂଚନା ମିଳିଛି।