୩୦ ଯାଏଁ ପଞ୍ଜୀକରଣ କରିପାରିବେ ଆର୍ଥିକ ଅନଗ୍ରସର ବର୍ଗ ଛାତ୍ରଛାତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଇଡବ୍ଲୁଏସ୍ କୋଟା ୱେବସାଇଟରେ ଏଯାଏ କିଛି ଘରୋଇ ସ୍କୁଲ ପଞ୍ଜୀକରଣ କରି ନାହାନ୍ତି। ସ୍କୁଲଗୁଡିକ ରେଜିଷ୍ଟ୍ରେସନ ପାଇଁ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ସମୟ ରହିଥିଲା। ହେଲେ ଆଜି ଏହାର ସମୟ ସୀମାକୁ ଏପ୍ରିଲ ୨୩ ଯାଏଁ ବୃଦ୍ଧି କରାଯାଇଛି। ପଞ୍ଜୀକରଣ କରିବାକୁ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସମସ୍ତ ସ୍କୁଲକୁ ଅନୁରୋଧ କରିଛନ୍ତି।

ସେହିପରି ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ତାରିଖ ଏପ୍ରିଲ ୩୦କୁ ବଢାଯାଇଛି। ଛାତ୍ରଛାତ୍ରୀ ଓ ଅଭିଭାବକ ସମସ୍ତେ ରେଜିଷ୍ଟ୍ରେସନ କରନ୍ତୁ। ଏହା ଦ୍ୱାରା ଆଗକୁ ସୁଫଳ ମିଳିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।