ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲା: ପୂର୍ବତନ ଏଜିଙ୍କୁ ସିବିଆଇର ପଚରାଉଚରା

ଭୁବନେଶ୍ୱର/କଟକ,ଏନ୍‌ଏନ୍‌ଏସ୍‌: ଅର୍ଥତତ୍ତ୍ୱ ଚିଟଫଣ୍ଟ ମାମଲାରେ ସିବିଆଇ ପୂର୍ବତନ ଆଡ୍‌ଭୋକେଟ୍ ଜେନେରାଲ୍ ଅଶୋକ ସେଠୀଙ୍କୁ ପଚରାଉଚରା କରିଛି। ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସ୍‌ରେ ଗତ ଶୁକ୍ରବାର ୩୦ମିନିଟ୍‌ରୁ ଅଧିକ ସମୟ ଧରି ପଚରାଉଚରା କରାଯାଇଥିଲା।

ଗିରଫ ହୋଇ ଜେଲରେ ଥିବା ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଜାମିନ୍ ମିଳିବା ପ୍ରସଙ୍ଗରେ ଅଶୋକଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଏହି ମାମଲାରେ ପୂର୍ବରୁ ଅଶୋକଙ୍କୁ ଗିରଫ କରାଯାଇଥିବାବେଳେ ସେ ଜାମିନ୍‌ରେ ଆସିଛନ୍ତି। ତାଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲା।