ନେପାଳରେ ନିଆରା ଢଙ୍ଗରେ ଫ୍ୟାନ୍ସ ପାଳିଲେ ଧୋନୀଙ୍କ ଜନ୍ମଦିନ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସକ ରହିଛନ୍ତି । ଜୁଲାଇ ୭ରେ ଧୋନୀ ତାଙ୍କ ୪୨ତମ ଜନ୍ମଦିନ ପାଳନ କରିଥିବାବେଳେ ଫ୍ୟାନ୍ସ ମଧ୍ୟ ନିଜ ନିଜ ଢଙ୍ଗରେ ଏହି ଖାସ୍ ଦିନକୁ ପାଳିଛନ୍ତି । ସୋସିଆଲ ମିଡିଆରେ ଏବେ ନେପାଳର ଏକ ଫଟୋ ଭାଇରାଲ ହେଉଛି ଯେଉଁଠି ଧୋନୀଙ୍କ ଫ୍ୟାନ ତାଙ୍କ ଜନ୍ମଦିନକୁ ସ୍ୱତନ୍ତ୍ର ରୂପେ ପାଳନ କରିଛନ୍ତି ।

ନେପାଳର ବୀରଗଞ୍ଜରେ ମହେନ୍ଦ୍ର ସିଂହ ଧୋନୀଙ୍କ ଫ୍ୟାନ୍ସ ଅସହାୟଙ୍କୁ ସାହାଯ୍ୟ କରିଛନ୍ତି । ଫ୍ୟାନ୍ସ ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ପରଷିିବା ସହ ରକ୍ତଦାନ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ବାଣ୍ଟିଛନ୍ତି । ଏତଦବ୍ୟତୀତ ସରକାରୀ ସ୍କୁଲର ପାଖାପାଖି ୨୦୦ ପିଲାଙ୍କୁ ବ୍ୟାଗ ବାଣ୍ଟିଥିବା ଜଣାପଡ଼ିଛି ।