ଶଙ୍ଖ ଧରିଲେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନିକଟରେ କଂଗ୍ରେସରୁ ବହିଷ୍କୃତ ହୋଇଥିବା ତାଳସେରର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ବିଜେଡିରେ ସାମିଲ ହୋଇଛନ୍ତି। ବିଧାୟକ ପ୍ରଣବ ଦାସ ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘୋଡ଼ାଇଙ୍କ ଉପସ୍ଥିତିରେ ଶ୍ରୀ ମାଝୀ ବିଜେଡିରେ ମିଶିଛନ୍ତି।

ସୂଚନାଯୋଗ୍ୟ, ୨୦୦୬ରେ ତାଳସେର ଉପନର୍ବିାଚନରେ ପ୍ରାର୍ଥୀ ହୋଇ ପ୍ରଫୁଲ୍ଲୀ ମାଝୀ ନିର୍ବାଚନ ଜିତିଥିଲେ। ପରେ ୨୦୦୯ ଓ ୨୦୧୪ରେ କଂଗ୍ରେସ ଟିକେଟରୁ ବିଧାୟକ ହୋଇଥିଲେ । କିନ୍ତୁ ୨୦୧୯ରେ ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇଙ୍କଠାରୁ ବିଧାନସଭା ନିର୍ବାଚନ ହାରିଥିଲେ।