ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟ, ପୁରୁଷ ସାଙ୍ଗ ଅଟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ବେସରକାରୀ ଇଞ୍ଜିନିୟରିଂ କଲେଜର ଛାତ୍ରୀ ଗୁରୁବାର ଏକ ଘରୋଇ ହଷ୍ଟେଲରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ ଛାତ୍ରୀ ଜଣଙ୍କ କୋଲକାତାର।

ସୂଚନା ଅନୁସାରେ ଛାତ୍ରୀ ଜଣଙ୍କ ହଷ୍ଟେଲରେ ରହୁଥିବାବେଳେ ତାଙ୍କର ଜଣେ ପୁରୁଷ ସାଙ୍ଗ ତାଙ୍କ ହଷ୍ଟେଲ ନିକଟକୁ ଆସି ତାଙ୍କୁ ବଡ଼ ପାଟିରେ ଡାକିଥିଲେ। ତେବେ ଛାତ୍ରୀ ଜଣଙ୍କ ଯୁବକର ଫୋନ ନ ଉଠାଇବାରୁ ସେ ହଷ୍ଟେଲକୁ ଆସି ହଙ୍ଗାମା କରିଥିବା କୁହାଯାଉଛି। ପରେ ଛାତ୍ରୀ ଜଣଙ୍କ ନିଜ ରୁମରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ହଷ୍ଟେଲର ସୁପରଭାଇଜର ଓ ୱାର୍ଡନ ଏହା ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବ ଜବତ କରି ଏକ ଘରୋଇ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଉଙ୍କ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି।