ଆଜି ଇଞ୍ଜିନିୟରିଂ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜରେ ହେବ ସେମିଷ୍ଟର ପରୀକ୍ଷା। ଗତ କିଛିଦିନ ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ତେବେ ଏହି ପରୀକ୍ଷା ଅଫଲାଇନରେ ଅନୁଷ୍ଠିତ ହେବ।

ଅଫଲାଇନ ବଦଳରେ ଅନଲାଇନ ପରୀକ୍ଷା ଓ ସମସ୍ତଙ୍କ କୋଭିଡ ଟେଷ୍ଟ କରିବା ଦାବିରେ ଗତକାଲି କଟକ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲ, ବ୍ରହ୍ମପୁରର ୟୁସିପି ଇଞ୍ଜିନିୟରିଂ ସ୍କୁଲ, ରେମୁଣା ସରକାରୀ ପଲିଟେକନିକ୍, ଭୁବନେଶ୍ୱର ସରକାରୀ ପଲିଟେକନିକ୍ ସମେତ ଅନେକ କଲେଜ ଛାତ୍ରଛାତ୍ରୀ ବିକ୍ଷୋଭ କରିଥିଲେ। ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ ଛାତ୍ରଛାତ୍ରୀ।