ଓସ୍କାର ଦୌଡ଼ରେ ଏକତାଙ୍କ ସର୍ଟ ଫିଲ୍ମ ‘ବିଟ୍ଟୁ’

ମୁମ୍ବାଇ: ଭାରତକୁ ପୁଣିଥରେ ଗୌରାବାନ୍ୱିତ ହେବାର ସୁଯୋଗ ମିଳିଛି। ଆଜ୍ଞା ହଁ, ଏକତା କପୁର, ତାହିରା କଶ୍ୟପ୍ ଓ ମୁନୀତ ମୋଙ୍ଗାଙ୍କ ଦ୍ୱାରା ପ୍ରସ୍ତୁତ ସର୍ଟ ଫିଲ୍ମ ‘ବିଟ୍ଟୁ’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। ଫିଲ୍ମଟିକୁ ଲାଇଫ ଆକ୍ସନ ସର୍ଟଫିଲ୍ମ କେଟେଗରୀରେ ସ୍ଥାନ ମିଳିଛି। ଏହାର ମୁକାବିଲା ଆଉ ୯ଟି ଜବରଦସ୍ତ ଫିଲ୍ମ ସହ ହେବ। ଫିଲ୍ମଟି ଓସ୍କାର ଲାଗି ମନୋନୀତ ହେବାର ଖୁସି ଏକତା ଓ ତାହିରା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜାହିର କରିଛନ୍ତି।

ସୂଚନାଯୋଗ୍ୟ, ସର୍ଟଫିଲ୍ମ ‘ବିଟ୍ଟୁ’ରେ ରାନୀ କୁମାରୀ, ରୁନୁ କୁମାରୀ, କ୍ରିଷ୍ଣା ନେଗୀ, ମୁନି ୟୁନିୟଲ ଓ ସଲମା ଖାତୁନ ଭଳି କଳାକାର ଅଭିନୟ କରିଛନ୍ତି। ଏହି କଳାକାରଙ୍କ ଯୋଗୁ ଫିଲ୍ମଟିକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେଉଛି। ଫିଲ୍ମର କାହାଣୀ ଛୋଟ ପିଲାଙ୍କ ବନ୍ଧୁତା ଉପରେ ପର୍ଯ୍ୟବେସିତ। ଫିଲ୍ମକୁ ଡକ୍ୟୁମେଣ୍ଟ ଅନ୍ଦାଜରେ ସୁଟିଂ କରାଯାଇଛି।