ଅର୍ଚ୍ଚନା ନାଗ ମାମଲାରେ ଇଡି ଦାଖଲ କଲା ଚାର୍ଜସିଟ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ଚାର୍ଜସିଟ ଦାଖଲ କରିଛି । ଅର୍ଚ୍ଚନାଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଚାନ୍ଦ, ସହଯୋଗୀ ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁ ମଧ୍ୟ ଚାର୍ଜସିଟରେ ରହିଛି । ରେକର୍ଡସଂଖ୍ୟକ ୨,୨୪୧ ପୃଷ୍ଠାର ଚାର୍ଜସିଟ ଇଡି ଭୁବନେଶ୍ୱର ସେସନ୍ସ କୋର୍ଟରେ ଦାଖଲ କରିଥିବା ଜଣାପଡ଼ିଛି । ଏଥିରେ ଅର୍ଚ୍ଚନାଙ୍କ ସତ୍ୟବିହାର ସ୍ଥିତ ଆଲିସାନ କୋଠାକୁ ଆଟାଚ୍ କରାଯାଇଛି । ଉକ୍ତ କୋଠାର ମୂଲ୍ୟ ପ୍ରାୟ ୩ କୋଟି ୪୦ ଲକ୍ଷ ହେବା ନେଇ ଆକଳନ କରାଯାଇଛି । କିଛିଦିନ ତଳେ ଇଡି ଉକ୍ତ କୋଠାର ମାପଚୁପ କରିଥିଲା ।