ଆଜିଠୁ ଭୁବନେଶ୍ୱର ଏମ୍ସରେ ଆରମ୍ଭ ହେବ ‘ଇକମୋ’ ଚିକିତ୍ସା ସୁବିଧା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁ ପ୍ରତୀକ୍ଷିତ ‘ଇକମୋ’ ଚିକିତ୍ସା ସୁବିଧା ଆଜିଠାରୁ ଭୁବନେଶ୍ୱରର ଏମ୍ସରେ କାର୍ଯ୍ୟକ୍ଷମ ହେବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କରୋନା ମହାମାରୀ ସମୟରେ ଏହି ଚିକିତ୍ସା ବ୍ୟବସ୍ଥା ଏକ ସଞ୍ଜିବନୀ ପରି ହୋଇଥିବା ବେଳେ ଏହି ଚିକିତ୍ସା ସୁବିଧା ପୂର୍ବରୁ ଓଡିଶାରେ ଉପଲବ୍ଧ ନଥିଲା।

ଏପର୍ଯ୍ୟନ୍ତ ଚିକିତ୍ସା ଆବଶ୍ୟକ କରୁଥିବା ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କୁ ଏହି ଚିକିତ୍ସା ସୁବିଧା ପାଇଁ ଅନ୍ୟ ରାଜ୍ୟକୁ ପଠାଯାଉଥିଲା। ଆଜି ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠା ଦିବସ ଅବସରରେ ଏହିି ଚିକିତ୍ସା ସୁବିଧା ଆରମ୍ଭ ହେବ। ଚଳିତ ବର୍ଷ ଜୁନ୍ ମାସରେ ଦୁଇଟି ‘ଇକମୋ’ ମେସିନ୍ କ୍ରୟ ପାଇଁ ଅର୍ଡର ଦିଆଯାଇଥିଲା ବେଳେ ଜୁନ୍ ୨୯ରେ ପ୍ରଥମ ମେସିନ୍ ପହଞ୍ଚିଥିଲା। ଏହି ମେସିନର ପରିଚାଳନା ପାଇଁ ମେଡିକାଲର କିଛି ଡାକ୍ତର ଟ୍ରେନିଂ ନେଇଛନ୍ତି ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।