really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶ୍ରୀ ପ୍ରଧାନ କହିଛନ୍ତି ଆଉ ଧୀରେଧୀରେ ବିକାଶ ନୁହେଁ ବରଂ ବିକାଶ ଓ ଜୀବନଶୈଳୀ ମାମଲାରେ ବଡ ଡିଆଁ ମାରିବାକୁ ଭାରତବାସୀ ପ୍ରସ୍ତୁତ ବୋଲି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉକ୍ତିକୁ ସେ କହିଛନ୍ତି। ଏହି ପୃଷ୍ଠଭୂମିରେ ଇସ୍ପାତ ଉତ୍ପାଦନ ଦେଶରେ ବଢୁଥିବା ବଡ ଆବଶ୍ୟକତା ଆଧାରରେ ଆଗକୁ ଯିବ ବୋଲି ସେ କହିଛନ୍ତି। ଭାରତକୁ ୫ ଟ୍ରିଲିୟନ ୟୁଏସ୍ ଡଲାର ଅର୍ଥନୀତି କରିବା ପାଇଁ ଇସ୍ପାତ ଶିଳ୍ପର ବଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
‘ଭାରତର ପ୍ରାକୃତିକ ସମ୍ବଳରୁ ଜିରୋ ଉତ୍ପାଦନ’ ଦୃଷ୍ଟାନ୍ତ ଉପରେ ସମସ୍ତ ଅଧିକାରୀଙ୍କୁ କାମ କରିବାର ଆବଶ୍ୟକତା ରହିଛି। ଇସ୍ପାତ ମୂଲ୍ୟ ବୃଦ୍ଧି ପାଇଁ ସରକାର ସମସ୍ତ ସହଯୋଗ ପାଇଁ ପଦକ୍ଷେପ ନେବାକୁ ପ୍ରସ୍ତୁତ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଏକ ବୃହତ ଘରୋଇ ବଜାର ଏବଂ ଗତିଶୀଳ ଅର୍ଥନୀତି ସହିତ ଭାରତର ଇସ୍ପାତ ବ୍ୟବହାର ବୃଦ୍ଧି ପାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତୀୟ ଇସ୍ପାତ ଶିଳ୍ପର ବିକାଶ କରିବା ପାଇଁ ଭାରତ ସରକାର ସହଯୋଗ କରିବା ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।