ଆସନ୍ତା ୩୧ ଯାଏଁ ଧଉଳି ବନ୍ଦ ; ପର୍ଯ୍ୟଟନ ଅଧିକାରୀଙ୍କ ସୂଚନା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଭାଇରସକୁ ନେଇ ସବୁଆଡେ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ ଅନେକ ଜନଗହଳି ପୂର୍ଣ୍ଣ ଇଲାକାକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଏ ନେଇ ସରକାରଙ୍କ ପକ୍ଷରୁ ଆସନ୍ତା କାଲି ଆଡଭାଇଜରି ଜାରି ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଧଉଳିଗିରିକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପର୍ୟ୍ୟଟନ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଏହା ମାର୍ଚ୍ଚ ୩୧ ଯାଏଁ ଲାଗୁ ହୋଇଛି।

ସୂଚନା ଯୋଗ୍ୟ, ଆଜି ଠାରୁ ଆସନ୍ତା ୩୧ ପର୍ୟ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନୀକାଲ ଗାର୍ଡ଼େନ ବନ୍ଦ ରହିବ ବୋଲି ଗତ କାଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ଘୋଷଣା କରିଥିଲେ। ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ରାଜ୍ୟ ବିପର୍ୟ୍ୟୟ ଘୋଷଣା କରିବା ସହ ସତର୍କତା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସିନେମା ହଲ୍‍ , ସୁଇମିଂ ପୁଲ୍‍ ଓ ଜିମକୁ ବନ୍ଦ କରିବା ପାଇଁ ମଧ୍ୟ କୁହାଯାଇଛି।