ସମସ୍ତେ ଏକାଠି ହେବା, ଓଡ଼ିଶାରେ କରୋନାର ମୁକାବିଲା କରିବା, ଟ୍ଵିଟ୍‌ କରି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମସ୍ତେ ଏକାଠି ହେବା, ଓଡ଼ିଶାରେ କରୋନାର ମୁକାବିଲା କରିବା। ସମସ୍ତଙ୍କ ସହଯୋଗରେ କରୋନାର ଉପଯୁକ୍ତ ମୁକାବିଲା କରିବାରେ ସମର୍ଥନ ହେବା ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ୍‌ କରି କହିଛନ୍ତି। ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭୂତାଣୁ ସଂକ୍ରମଣ ପୂରା ମାନବ ସମାଜ ପାଇଁ ଏକ ପ୍ରମୁଖ ଆହ୍ଵାନ ଭାବେ ଉଭା ହୋଇଛି।

ଏହାର ସଫଳ ପ୍ରତିରୋଧ ପାଇଁ ପ୍ରତ୍ୟେକ ସ୍ତରରେ ସମ୍ମିଳିତ ପ୍ରଚେଷ୍ଠାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତୀ। ଏଭଳି ସ୍ଥିତିରେ ଉଡା ଖବର ଓ ଗୁଜବଠାରୁ ଦୂରେଇ ରହିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି। କରୋନାକୁ ନେଇ ସମସ୍ତେ ପ୍ରସ୍ତୁତ ରହିବା, ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।