Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କରୋନା ମୁକାବିଲାରେ କାର୍ଯ୍ୟରତ ଡ୍ରାଇଭର, ହେଲପରଙ୍କ ଲାଗି ୫୦ଲକ୍ଷ ବୀମା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କରୋନା ମୁକାବିଲାରେ କାର୍ଯ୍ୟରତ ଡ୍ରାଇଭର, ହେଲପରଙ୍କ ଲାଗି ୫୦ଲକ୍ଷ ବୀମା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆରଟିଓ କର୍ମଚାରୀ ଏବଂ କୋଭିଡ-୧୯ ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ଡ୍ରାଇଭର, ହେଲପରମାନଙ୍କ ପାଇଁ ସରକାର ବୀମା ଘୋଷଣା କରିଛନ୍ତି। ଆରଟିଓ କର୍ମଚାରୀମାନେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିବା ବେଳେ ରାଜ୍ୟ ସରକାର ବିଭିନ୍ନ ପରିବହନ କ୍ଷେତ୍ର ପାଇଁ ଡ୍ରାଇଭର ଓ ହେଲପରଙ୍କୁ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଫଳରେ ସେମାନଙ୍କ ପାଇଁ ମଧ୍ୟ ସଂକ୍ରମଣର ଆଶଙ୍କା ରହିଛି। ଅନେକ ଗାଡ଼ି କୋଭିଡ-୧୯ ପାଇଁ ନିୟୋଜିତ ମଧ୍ୟ ହେଉଛି। ସେହିପରି ବିଭିନ୍ନ ରାଜ୍ୟରୁ ଆସୁଥିବା ଶ୍ରମିକମାନଙ୍କୁ ନେବା ଆଣିବା ପାଇଁ ସରକାର ଗାଡ଼ି ଯୋଗାଉଛନ୍ତି। ସୋମବାର ଏହି ବୀମା ସମ୍ପର୍କରେ ପରିବହନ କମିଶନର ସଞ୍ଜୀବ ପଣ୍ଡା ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି।