ସମର୍ଥନ ପାଇଁ ଓଡ଼ିଶା ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଷ୍ଟ୍ରପତି ନିର୍ବାଚନ ଲାଗି ସମର୍ଥନ ଲୋଡ଼ିବା ପାଇଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ପହଞ୍ଚିଛନ୍ତି । ଏୟାରପୋର୍ଟରେ ପହଞ୍ଚିବା ପରେ ଦଳମତ ନିର୍ବିଶେଷରେ ଉଭୟ ବିଜେଡି ଓ ବିଜେପି ନେତା ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ପରେ ଦ୍ରୌପଦୀ ବିଧାନସଭା ପରିସରରେ ଥିବା ସମ୍ମିଳନୀ କକ୍ଷରେ ବିଜେଡି ବିଧାୟକ ଓ ସାଂସଦଙ୍କ ସହ ବୈଠକ କରି ସମର୍ଥନ ମାଗିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ବିଜେଡି ପୂର୍ବରୁ ଦ୍ରୌପଦୀଙ୍କୁ ସମର୍ଥନ କରିବ ବୋଲି ଘୋଷଣା କରି ସାରିଥିଲେ ମଧ୍ୟ ସେ ପୁଣିଥରେ ସଭିଙ୍କ ସମର୍ଥନ ଲୋଡ଼ିଛନ୍ତି ।