ଅମାନିଆ ଗାଡ଼ି ଚାଳକଙ୍କୁ ଝଟକା, ନିୟମ ଭାଙ୍ଗିଲେ ବାତିଲ ହେବ ଡିଏଲ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ମୋଟର ଭେଇକିଲ ଆକ୍ଟ ଲାଗୁ ହେବାର କିଛିଦିନ ପରେ କରୋନା ପାଇଁ ଏହି କ୍ଷେତ୍ରରେ ଯାଞ୍ଚ କୋହଳ କରାଯାଇଥିଲା। ମାତ୍ର କେତେକ ଅମାନିଆ ବାରମ୍ବାର ଏହି ନିୟମର ଉଲ୍ଲଂଘନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପରିବହନ କମିସନ ପକ୍ଷରୁ କଟକଣା ଜାରି କରାଯାଇଛି। ପୂର୍ବରୁ ଗାଡ଼ି ଚାଳନା ଅଧିନିୟମ ଅନୁସାରେ ନିୟମ ଉଲ୍ଲଂଘନ ପାଇଁ ଫାଇନ ଆଦାୟ ହେଉଥିବାବେଳେ ବର୍ତ୍ତମାନ ଏଥିରେ ବଡ଼ ପରିବର୍ତ୍ତନ କରାଯାଇଛି। ଯଦି କୌଣସି ଗାଡ଼ି ଚାଳକ ଟ୍ରାଫିକ ନିୟମର ଉଲ୍ଲଂଘନ କରେ ତେବେ ତାର ଡିଏଲ ୩ ମାସ ପାଇଁ ବାତିଲ କରିଦିଆଯିବ।

ସୁପ୍ରିମକୋର୍ଟଙ୍କ ସଡକ ନିରାପତ୍ତା ଗାଇଡଲାଇନ ଅନୁସାରେ ଜାରି ହୋଇଛି ଏହି କଟକଣା। ଏଥିରେ ନିଶା କରି ଗାଡ଼ି ଚଳାଇବା, ଧାର୍ଯ୍ୟ ସୀମାରୁ ଅଧିକ ବେଗରେ ଗାଡ଼ି ଚଳାଇବା, ରେଡ ଲାଇଟ ନ ମାନି ଗାଡ଼ି ଆଗକୁ ବଢ଼ାଇବା, ଗାଡ଼ିରେ ଓଭର ଲୋଡିଂ ବା ମାଲ ଗାଡ଼ିରେ ଯାତ୍ରୀ ନେବା, ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥା ହେବା ପ୍ରଭୃତି କାର୍ଯ୍ୟକଳାପକୁ ବାରଣ କରାଯାଇଛି।