Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଜି ରାଜ୍ୟରେ ୨,୬୯୮ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ ମୃତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଜି ରାଜ୍ୟରେ ୨,୬୯୮ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟାରେ ପୁଣି ରାଜ୍ୟର ୩୦ଟି ଜିଲ୍ଲାରୁ ୨,୬୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧,୬୭୫ ଜଣ ସଂଗରୋଧ କେନ୍ଦ୍ରର ଓ ୧,୦୨୩ ଜଣ ସ୍ଥାନୀୟ ସଂକ୍ରମଣ। ସେହିପରି ରାଜ୍ୟରେ ଆଜି ୧୦ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ, ଆଜି ପୁଣି ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୨୦୭, ଗଞ୍ଜାମରୁ ୧୬୨, ରାୟଗଡ଼ାରୁ ୧୫୪, କୋରାପୁଟରୁ ୧୪୬, ମୟୂରଭଞ୍ଜରୁ ୧୨୮, ସୁନ୍ଦରଗଡ଼ରୁ ୧୦୩, ବାଲେଶ୍ୱରରୁ ୧୦୨, ନୟାଗଡ଼ରୁ ୯୪, ନବରଙ୍ଗପୁରରୁ ୯୧, କେନ୍ଦ୍ରାପଡ଼ା ଓ ଭଦ୍ରକରୁ ୮୯ ଜଣ ଲେଖାଏଁ, ପୁରୀରୁ ୮୭, ମାଲକାନଗିରି ଓ କନ୍ଧମାଳରୁ ୮୧ ଜଣ ଲେଖାଏଁ, ଯାଜପୁରରୁ ୮୦, ସମ୍ବଲପୁରରୁ ୭୮, ଝାରସୁଗୁଡ଼ାରୁ ୭୨, ବଲାଙ୍ଗିରରୁ ୭୧, ଗଜପତିରୁ ୫୮, ବରଗଡ଼ରୁ ୫୬, କଳାହାଣ୍ଡିରୁ ୪୯, ସୋନପୁରରୁ ୩୧, ଅନୁଗୁଳରୁ ୨୯, ଢେଙ୍କାନାଳରୁ ୨୭, କେନ୍ଦୁଝର ଓ ଜଗତସିଂହପୁରରୁ ୨୧ ଜଣ ଲେଖାଏଁ, ବୌଦ୍ଧରୁ ୧୧, ନୂଆପଡ଼ାରୁ ୩ ଓ ଦେବଗଡ଼ରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଥିସହିତ ଓଡ଼ିଶାରେ ବର୍ତ୍ତମାନ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ରେ ପହଞ୍ଚିଛି। ସେଥିମଧ୍ୟରୁ ୪୮,୫୭୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୩,୬୯୯ ଜଣ ସକ୍ରିୟ ଅଛନ୍ତି।

ସେହିପରି ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରେ ଗଞ୍ଜାମର ୪ ଜଣ, ଖୋର୍ଦ୍ଧାର ୨ ଜଣ ଏବଂ ଅନୁଗୁଳ, କୋରାପୁଟ, ନୟାଗଡ଼ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୦ରେ ପହଞ୍ଚିଛି। ସେହିପରି ଗଞ୍ଜାମରୁ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ ୫୪ ଜଣଙ୍କ ମୃତ୍ୟୁ ହୋଇଛି।