ଖୋଲିବ ବାଣ ଦୋକାନ-ଡିସିପି

କଟକ, ଏନ୍ଏନ୍ଏସ୍: ଚଳିତବର୍ଷ କରୋନା କଟକଣା ପାଇଁ ଫିକା ପଡିଛି ପର୍ବପର୍ବାଣୀ। କଟକଣା ମଧ୍ୟରେ ପାଳନ ହୋଇଛି ପାଳନ ହୋଇଛି ପୂଜା। ନିଟକରେ ନିରଡାମ୍ବରରେ ପାଳନ ହୋଇଛି ଦୁର୍ଗାପୂଜା। ଆଗକୁ ଦୀପାବଳି ଆସୁଥିବାବେଳେ କୋଭିଡ କଟକଣା ଭିତରେ ଏହାମଧ୍ୟ ପାଳନ ହେବ। ହେଲେ ଆଲୋକର ପର୍ବ ଦୀପାବଳି ପାଇଁ କଟକ ଜିଲ୍ଲାପ୍ରଶାସନ କୋହଳ ମନୋଭାବ ପ୍ରଦର୍ଶନ କରିଛନ୍ତି। କଟକରେ ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ବାଣ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ହେଲେ କେଉଁଠି ବାଣ ଦୋକାନ କରାଯିବ ତାହା ସ୍ଥିର କରାଯିବ ବୋଲି ଡିସିପି କହିଛନ୍ତି। ବାଣ ଦୋକାନରେ ସାମାଜିକ ଦୂରତା ଓ ମାସ୍କକୁ କିନ୍ତୁ ବାଧ୍ୟତାମୂଳକ କରାଯିବ।