ଆରଆଇ ପରୀକ୍ଷାରେ ବ୍ରିଭାଟ, ଶତାଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ହେଉଥିବା ଆରଆଇ ପରୀକ୍ଷାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳିଛି। ଓଏସଏସଏସସି ପକ୍ଷରୁ ଏହି ପରୀକ୍ଷା ଆୟୋଜିତ ହେଉଛି। ଏଥିରେ ଶତାଧିକ ପରୀକ୍ଷାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସୂଚନା ଅନୁସାରେ ଆଡମିଟ କାର୍ଡରେ ଯେଉଁ ପରୀକ୍ଷା ସେଣ୍ଟର ଲେଖାଯାଇଛି ସେଠାରେ ପରୀକ୍ଷା ହୋଇନଥିବା କାରଣରୁ ଏଭଳି ବିଭ୍ରାଟ ହୋଇଛି। ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡରେ ଟିଟିଲାଗଡ ସରକାରୀ ମହିଳା ମହାବିଦ୍ୟାଳୟ ଲେଖାଯାଇଥିବା ବେଳେ ସେଠାରେ କିନ୍ତୁ ପରୀକ୍ଷା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ଟିଟଲାଗଡର ସରକାରୀ ମହିଳା ମହାବିଦ୍ୟାଳୟରେ ସେଣ୍ଟର ହୋଇନଥିବା ନେଇ କଲେଜ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।

ଫଳରେ ପରୀକ୍ଷା ପାଇଁ ଆସିିଥିବା ପରୀକ୍ଷାର୍ଥୀମାନେ ନିରାଶ ହୋଇଥିବା ଦେଖିବାକୁ ମିଳିଛି। ସେପଟେ ଘଟଣାସ୍ଥଳରେ ଟିଟଲାଗଡ ଉପଜିଲ୍ଲାପାଳ ଓ ପୁଲିସ ପହଞ୍ଚି ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରୁଛନ୍ତି।