ଦ୍ୱିତୀୟ ବିବାହ ବନ୍ଧନରେ ବାନ୍ଧି ହେଲେ ଦିୟା ମିର୍ଜା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ତାଙ୍କ ବନ୍ଧୁ ବୈଭବ ରେଖୀଙ୍କ ସହ ଦ୍ୱିତୀୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହରେ କେବଳ ପରିବାରବର୍ଗ ଓ କିଛି ଖାସ୍ ବନ୍ଧୁ ଉପସ୍ଥିତ ଥିଲେ। ଲାଲ ଶାଢ଼ୀରେ ଦିୟା ଖୁବ୍ ସୁନ୍ଦର ଦିଶୁଥିବାବେଳେ ବୈଭବ ଧଳା କୁର୍ତ୍ତା, ଜ୍ୟାକେଟ ଓ ସୁନେଲି ରଙ୍ଗର ପଗଡ଼ିରେ ଏକଦମ୍ ଡ୍ୟାସିଙ୍ଗ ଲାଗୁଥିଲେ। ବିବାହ ଶେଷ ହେବା ପରେ ଦିୟା ପାପାରାଜିକୁ ମିଠା ବାଣ୍ଟିଥିଲେ।

ସୂଚନାଯୋଗ୍ୟ, ଦିୟାଙ୍କର ନିଜର ଏକ ପ୍ରଡୋକ୍ସନ ହାଉସ ରହିଥିବାବେଳେ ବୈଭବ ପେଶାରେ ବ୍ୟବସାୟୀ। ଦିୟା ୨୦୧୪ରେ ସାହିଲ ସଙ୍ଗଙ୍କୁ ବିବାହ କରିଥିଲେ। ଆଉ ୨୦୧୯ରେ ଏହି ଯୋଡ଼ି ଅଲଗା ହେବା ନେଇ ଘୋଷଣା କରିଥିଲେ। ପ୍ରଥମ ବିବାହରୁ ଦିୟାଙ୍କର ଏକ ଝିଅ ରହିଛି।