ଭିଜିଲାନ୍ସର ପୂର୍ବତନ ଡିଏସପିଙ୍କୁ ୫ ଲକ୍ଷ ଜୋରିମାନା

ଢେଙ୍କାନାଳ,ଏନ୍ଏନ୍ଏସ୍: ମିଥ୍ୟା ଲାଞ୍ଚ ଆରୋପ ଅଭିଯୋଗରେ ଗିରଫ ହୋଇଥିବା କାମାକ୍ଷାନଗର ଏନଏସି ଜେଇଙ୍କୁ ରାଜ୍ୟ ମାନବାଧିକାର ଆୟୋଗ ନ୍ୟାୟ ପ୍ରଦାନ କରିଛନ୍ତି। ଏନଏସି ଜେଇ ରାଜେନ୍ଦ୍ର କୁମାର ମିଶ୍ରଙ୍କୁ ମିଥ୍ୟା ଲାଞ୍ଚ ମାମଲାରେ ଗିରଫ କରିଥିବା ପୂର୍ବତନ ଭିଜିଲାନ୍ସ ଡିଏସପି ହିମାଂଶୁ ମିଶ୍ରଙ୍କୁ ରାଜ୍ୟ ମାନବାଧିକାର ଆୟୋଗ ୫ ଲକ୍ଷ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ମିଥ୍ୟା ଆରୋପ ଲଗାଇଥିବା ଠିକାଦାର ସୁରେଶ ନାୟକଙ୍କୁ କଳା ତାଲିକା ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଭିଜିଲାନ୍ସ କନେଷ୍ଟବଳଙ୍କୁ କୌଣସି ମୁଖ୍ୟ କାର୍ଯ୍ୟରେ ନିୟୋଜିତ ନକରିବା ପାଇଁ ରାଜ୍ୟ ମାନବାଧିକାର ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।