Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାରପ୍ରସାର ପାଇଁ ସାହିତ୍ୟିକ ମାର୍ଗଦର୍ଶନ କରନ୍ତୁ – ଧର୍ମେନ୍ଦ୍ର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାରପ୍ରସାର ପାଇଁ ସାହିତ୍ୟିକ ମାର୍ଗଦର୍ଶନ କରନ୍ତୁ – ଧର୍ମେନ୍ଦ୍ର

କଟକ,ଏନ୍ଏନ୍ଏସ୍: ଆଜିକୁ ଠିକ୍ ୧୫ ବର୍ଷ ପରେ ୨୦୩୬କୁ ଓଡ଼ିଶାକୁ ଭାଷାଭିତ୍ତିକ ରାଜ୍ୟ ଭାବେ ୧୦୦ ବର୍ଷ ପୂରିବ ଏବଂ ୨୬ ବର୍ଷ ପରେ ୨୦୪୭କୁ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତ ହେବ । ତେଣୁ ଏହି ସମୟରେ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ସହ ଏକ ନୂଆ ଓଡ଼ିଶା ଗଠନ କରିବା ପାଇଁ ମାର୍ଗଦର୍ଶନ କରିବାକୁ ବିଶିଷ୍ଟ ସାହିତ୍ୟିକଗଣଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର କଟକର ସାରଳା ଭବନ ଠାରେ ଓଡ଼ିଆ ଭାଷାର ମହାନ ଆଦିକବି ଶୂଦ୍ରମୁନି ସାରଳା ଦାସଙ୍କ ୬୦୦ତମ ପୂଣ୍ୟ ଜନ୍ମବାର୍ଷିକୀ ଏବଂ ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକୀ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ସହ ଯୋଗଦେଇ ଶ୍ରୀ ପ୍ରଧାନ ମାନ୍ୟବର ଉପରାଷ୍ଟ୍ରପତିଙ୍କ ଦ୍ୱାରା ସାରଳା ସାହିତ୍ୟ ସଂସଦର ସର୍ବୋଚ୍ଚ ସମ୍ମାନ ‘କଳିଙ୍ଗ ରତ୍ନଦ’ ଉପାଧିରେ ସମ୍ମାନିତ ହୋଇଥିବା ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଅଭିନନ୍ଦନ ଜଣାଇ ଏହା ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି ।

ସେହିପରି ଇଂରାଜୀ ଓ ହିନ୍ଦି ଭାଷା ପରେ ବିଶେଷତଃ ଓଡ଼ିଆ ଭାଷାକୁ ପ୍ରଧାନ୍ୟ ଦେଉଥିବାରୁ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତିଙ୍କ ପ୍ରଚେଷ୍ଟା କାରଣରୁ ସଂସଦୀୟ ପ୍ରତିନିଧିମାନେ ରାଜ୍ୟସଭାରେ ଔପଚାରିକତା ନୁହେଁ ବରଂ ଆଗ୍ରହର ସହ ନିଜ ଭାଷାରେ ଅଭିଭାଷଣ ଦେଇପାରୁଛନ୍ତି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୋଟିଏ ଜାତିର ସବୁଠୁ ବଡ ପରିଚୟ ଓ ସଂସ୍କୃତିର ନାଭି କେନ୍ଦ୍ର ହେଉଛି ଭାଷା ଓ ସାହିତ୍ୟ । ଏହି ମର୍ମରେ ଆମ ଭାଷାର ଆଦିପୁରୁଷ ସାରଳା ଦାସଙ୍କ ଜୟନ୍ତୀ ପାଳନ କରିବା ଓ ଦୀର୍ଘ ୪୦ବର୍ଷ ଧରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ନିୟମିତ ପ୍ରଚେଷ୍ଟା କରିଚାଲିଛି । ପଂଚଦଶ ଶତାବ୍ଦୀରେ ବାଦଦେବୀ ତନୟ ସାରଳା ଦାସ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ନିଜ ଲେଖନୀ ମୁନରେ ମହାଭାରତ ରଚନା କରିବା ସହ ଏହାକୁ ବ୍ୟାପକ କରିଥିଲେ । ବିଭିନ୍ନ ଦୃଷ୍ଟିରୁ ବିଚାରକୁ ନେଲେ ଆଦିକବି ସାରଳା ଦାସ କେବଳ ଓଡ଼ିଆ ସାହିତ୍ୟର ଜନ୍ମଦାତା ନୁହେଁ ବରଂ ରକ୍ଷାକର୍ତା ମଧ୍ୟ ଥିଲେ । ବିଶିଷ୍ଟ ସାହିତ୍ୟିକଙ୍କ କହିବାନୁସାରେ ବାଲ୍ମୀକିଙ୍କ ରାମାୟଣ ପରେ ଭାରତବର୍ଷରେ ଆଂଚଳିକ ଭାଷାରେ ରାମାୟଣ ଲେଖିବାରେ ବଳରାମ ଦାସକୃତ ଓଡ଼ିଆ ରାମାୟଣ ହେଉଛି ପ୍ରଥମ । ସେହିପରି ଭାରତବର୍ଷରେ ଆଂଚଳିକ ଭାଷାରେ ଭାଗବତ ଲେଖାହେବାରେ ଜଗନ୍ନାଥ ଦାସକୃତ ଓଡ଼ିଆ ଭାଗବତ ହେଉଛି ପ୍ରଥମ । ଏହିସବୁ କାରଣରୁ ଓଡ଼ିଆ ଭାଷା ଏକ ଅତ୍ୟନ୍ତ ପ୍ରାଚୀନ, ମୌଳିକ ଓ ସମୃଦ୍ଧ ଭାଷା ବୋଲି ପ୍ରମାଣିତ ହୋଇ ଏହାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଓଡ଼ିଆଙ୍କ ପାଇଁ ଗୌରବର ବିଷୟ । ପ୍ରାଚ୍ୟ ଆର୍ଯ୍ୟ ଭାଷାମାନଙ୍କ ମଧ୍ୟରେ ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଓଡ଼ିଆ ଭାଷା ପ୍ରଥମ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।