ଡିଜିପିଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍ : ପୋଲିସ୍ ଡିଜି ଶ୍ରୀ ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୨୦୨୧ ଡିସେମ୍ବର ୩୧ ଯାଏ କାର୍ୟ୍ୟକାଳ ବୃଦ୍ଧି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ୍ ୨୦୨୧ରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥାନ୍ତା । ଶ୍ରୀ ଅଭୟ ଗତ ଡିସେମ୍ବର, ୨୦୧୯ରେ ପୋଲିସ୍ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୮୬ ବ୍ୟାଚର ଆଇପିଏସ୍ ଅଫିସର ଶ୍ରୀ ଅଭୟ ବିହାରର ପୂର୍ବ ଚମ୍ପାରନ ଜିଲ୍ଲାର ମୂଳ ବାସିନ୍ଦା । ଚାକିରି କାଳରେ ସେ ମୟୂରଭଞ୍ଜ, ବ୍ରହ୍ମପୁର, ମାଲକାନଗିରି ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଛନ୍ତି । ୨୦୦୦ରୁ ୨୦୦୩ ମସିହା ପର୍ଯ୍ୟନ୍ତ ସିବିଆଇର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବିରେ କାର୍ଯ୍ୟ କରିଛନ୍ତି । ଏହାବ୍ୟତୀତ ସେ ରାଜ୍ୟ ଭିଜିଲାନ୍ସ ଡିଆଇଜି, ଆଇଜି ଓ ପୋଲିସ ମୁଖ୍ୟାଳୟର ଆଇଜି ଭାବେ କାର୍ଯ୍ୟ କରିଛନ୍ତି ।