ଜିଲ୍ଲା ପ୍ରଶାସନ ଓ ମଠ ମହନ୍ତ ଆଲୋଚନା ବିଫଳ

ସୁପ୍ରିମକୋର୍ଟ ପ୍ରଧାନବିଚାରପତିଙ୍କୁ ଚିଠି ଲେଖିଲେ ମହନ୍ତ

ଶ୍ରୀମନ୍ଦିର ନିକଟରେ ଥିବା ବଡ ଆଖଡା ମଠର ଉଚ୍ଛେଦକୁ ନେଇ ଜିଲ୍ଲା ପ୍ରଶାସନ ଓ ମଠ ମହନ୍ତଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି। ବୁଧବାର ଆୟୋଜିତ ବୈଠକରେ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀ, ମଠ ମହନ୍ତମାନେ, ବାର୍ ଆସୋସିଏସନ, ବୁଦ୍ଧିଜୀବୀ, ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏନେଇ ଜିଲ୍ଲାପାଳ କହିଛନ୍ତି ଯେ, ଆଗକୁ ମଠ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକର ଉଚ୍ଛେଦ ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁବିଧାକୁ ଆଖିରେ ରଖି ଏବଂ ସରକାରଙ୍କ ନିୟମ ଓ ଯୋଜନା ଅନୁସାରେ ଜାରି ରହିବ।

ଅପରପକ୍ଷରେ ବିପକ୍ଷ ଦଳର ସଦସ୍ୟମାନେ ଏକ କମିଟି ଗଠନ କରି ମୁଖ୍ୟମନ୍ତ୍ରୀଙ୍କୁ ଏ ପ୍ରକ୍ରିୟାର ପୁନଃବିଚାର କରିବା ପାଇଁ ଜଣାଇବେ। ପରେ ମହନ୍ତମାନେ ଶ୍ରମନ୍ଦିର ୭୫ ମିଟର ପରିଧି ଉଚ୍ଛେଦକୁ ବିରୋଧ କରି ମଠ ମହନ୍ତମାନେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି।