ଏସିଡ ଆକ୍ରମଣର ଶିକାର ପୀଡ଼ିତାଙ୍କୁ ଦୀପିକା ଦେଲେ ୧୫ ଲକ୍ଷ ଟଙ୍କା

ମୁମ୍ବାଇ: ଆଗ୍ରାର ଜଣେ ଏସିଡ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତା ଏବେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। କିଡନୀ ସମସ୍ୟା ଯୋଗୁ ତାଙ୍କ ସ୍ଥିତି ଗମ୍ଭୀର ଥିବାବେଳେ ଅର୍ଥାଭାବରୁ ସେ ଚିକିତ୍ସା କରିପାରୁନଥିଲେ। ଏଭଳି ସ୍ଥିତିରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍ ଆଗେଇ ଆସି ତାଙ୍କୁ ୧୫ ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି।

ଦୀପିକା ପାଦ୍ୟୁକୋନଙ୍କ ସହ ଫିଲ୍ମ ‘ଛାପକ’ରେ ପୀଡ଼ିତା ବାଲା ଅଭିନୟ କରିଥିଲେ। ସେବେଠୁ ଦୀପିକା ତାଙ୍କ ସହ ଭାବନାତ୍ମକ ଭାବେ ଯୋଡ଼ି ଯାଇଥିଲେ। ବାଲା ଟଙ୍କା ଅଭାବରୁ କିଡନୀ ଟ୍ରାନ୍ସପ୍ଲାଣ୍ଟ କରିପାରୁନଥିବା ସମ୍ପର୍କରେ ଯେତେବେଳେ ଦୀପିକା ଜାଣିଥିଲେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ଦୀପିକା ପ୍ରଥମେ ୧୦ ଓ ପରେ ୫ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ।