ଦୀପିକା ହେବେ ଦ୍ରୌପଦୀ

ବଲିଉଡ୍ ସୁନ୍ଦରୀ ଦୀପିକା ପାଦୁକୋନ୍ ଖୁବ୍ ଶୀଘ୍ର ମହାଭାରତର ଦ୍ରୌପଦୀ ଭାବେ ଦେଖିବାକୁ ମିଳିବେ ବଡ଼ ପର୍ଦ୍ଦାରେ। ଏହା ପୂର୍ବରୁ ମହାଭାରତର କାହାଣୀକୁ ନେଇ ଏକାଧିକ ଧାରାବାହିକ ଓ ସିନେମା ନିର୍ମାଣ ହୋଇଛି। ମାତ୍ର ଏ ମହାଭାରତର କାହାଣୀ ଟିକେ ଭିନ୍ନ ହେବ। ଏହି ମହାଭାରତର କଥାବସ୍ତୁ ଦ୍ରୌପଦୀଙ୍କ ଦୃଷ୍ଟିକୋଣରୁ ନିର୍ମାଣ କରାଯିବ। ଦୀପିକା କହିଛନ୍ତି, ଦ୍ରୌପଦୀ ଚରିତ୍ର ନିର୍ବାହ କରିବା କରିବାକୁ ଯାଉଥିବାରୁ ସେ ବେଶ୍ ଉତ୍ସାହିତ ଓ ରୋମାଞ୍ଚିତ ଅନୁଭବ କରୁଛନ୍ତି। ଏହି ଫିଲ୍ମଟିକୁ ଦୁଇ ଭାଗରେ ନିର୍ମାଣ କରାଯିବା ଯୋଜନା ରହିଛି।

ପ୍ରଥମ ଭାଗଟି ୨୦୨୧ ଦୀପାବଳିରେ ରିଲିଜ୍ ପାଇଁ ଯୋଜନା ରଖିଛି ପ୍ରଯୋଜନା ସଂସ୍ଥା। ଦୀପିକା ଏଥିରେ କେବଳ ଦ୍ରୌପଦୀ ଚରିତ୍ରରେ ଅଭିନୟ କରିବେ ନାହିଁ, ନିର୍ମାତା ମଧୁ ମଣ୍ଟେନାଙ୍କ ସହିତ ସେ ସହ-ପ୍ରଯୋଜିକା ଦାୟିତ୍ୱ ମଧ୍ୟ ତୁଲାଇବେ। ମଧୁ ମଣ୍ଟେନାଙ୍କ କହିବାନୁସାରେ, ମହାଭାରତ ଭଳି ମହାକାବ୍ୟକୁ ନେଇ ଫିଲ୍ମ ନିର୍ମାଣ କରିବାରେ ବହୁତ ରିସ୍କ ଓ ଚ୍ୟାଲେଞ୍ଜ ରହିଛି। ତେବେ ଅନ୍ୟମାନେ ନିର୍ମାଣ କରିଥିବା ଫିଲ୍ମଠାରୁ ଏହା ଭିନ୍ନ ହେବ ବୋଲି ସେ କହିଛନ୍ତି।