ଭୁବନେଶ୍ୱର,ଏଜେନ୍ସି: ଆୟର୍ଲାଣ୍ଡ୍ର ଡବଲିନ୍ଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ପାରା ବ୍ୟାଡ୍ମିଣ୍ଟନ୍ ଇଣ୍ଟରନ୍ୟାସନାଲ୍ରେ ଭାଗ ନେଇଥିବା ଓଡ଼ିଶାର ଦୀପ୍ ରଞ୍ଜନ ବିଶୋଇ ସିଙ୍ଗଲ୍ସ ସେମିଫାଇନାଲ୍ରେ ପହଞ୍ଚିଛନ୍ତି । ଶୁକ୍ରବାର କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଦୀପ୍ ସ୍ୱିଡେନ୍ର ରିକାର୍ଡ ନିଲସନ୍ଙ୍କୁ ଭେଟିବାର ଥିଲା । ତେବେ ନିଲସନ୍ ଆଘାତ କାରଣରୁ ଏହି ମୁକାବିଲାରେ ଅବତୀର୍ଣ୍ଣ ହୋଇପାରି ନ ଥିଲେ । ତେଣୁ ଦୀପ୍ଙ୍କୁ ବିଜେତା ଘୋଷଣା କରାଯାଇଛି ।
ସେ ଶନିବାର ସେମି ମୁକାବିଲାରେ ବିଶ୍ୱ ର୍ୟାଙ୍କିଙ୍ଗ୍ରେ ଦ୍ୱିତୀୟ ସ୍ଥାନରେ ଥିବା ଫ୍ରାନ୍ସର ଲୁକାସ୍ ମାଜୁରଙ୍କୁ ଭେଟିବେ । ଏହା ପୂର୍ବରୁ ଅନ୍ୟତମ ଓଡ଼ିଆ ପ୍ରତିଯୋଗୀ ପ୍ରମୋଦ ଭଗତ ମଧ୍ୟ ସିଙ୍ଗଲ୍ସ ସେମିଫାଇନାଲ୍ରେ ପହଞ୍ଚିସାରିଛନ୍ତି । ସେ ମଧ୍ୟ ଶନିବାର ଏହି ପର୍ଯ୍ୟାୟରେ ଜାପାନର ଡାଇସୁକ୍ ଫୁଜିହାରାଙ୍କୁ ଭେଟିବେ ।