ଦାଦା ଭାଇ ନାରୋଜୀ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଲୋହିଆ ଏକାଡ଼େମି ଠାରେ ଦାଦା ଭାଇ ନାରୋଜୀଙ୍କ ଉପରେ ଲିଖିତ ପୁସ୍ତକ କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ଓ ଲୋକାର୍ପିତ ହୋଇଛି। ଏହାର ଲେଖକ ବିଶିଷ୍ଟ ସଂଗ୍ରାମୀ ପଦ୍ମଚରଣ ନାୟକ ଓ ପୁସ୍ତକଟିର ପ୍ରକାଶକ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ୍‌ ଫାଇନାନ୍ସ ଉନ୍ମୋଚନ ଅବସରରେ ଶ୍ରୀ ପଟ୍ଟନାୟକ କହିଲେ ଯେ, ଭାରତର ଇତିହାସକୁ କଦର୍ଥ କରିବା ପାଇଁ ଭାରତୀୟ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି। ଏପରିକି, ସ୍ୱାଧୀନତା ସଂଗ୍ରାମରେ ଚରମ ତ୍ୟାଗ ଥିବା ଓ ଦୀର୍ଘ କାଳ କାରବରଣ କରିଥିବା ଜବାହରଲାଲ ନେହେରୁଙ୍କ ନାମ ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ଉଲ୍ଲେଖ କରାଯାଇନାହିଁ। ଏହିପରି ଏକ ବିଡ଼ମ୍ବନା ଓ ଇତିହାସ ବିକୃତ ଚାଲିଥିବାବେଳେ କଂଗ୍ରେସର ପ୍ରତିଷ୍ଠାତା ଦାଦା ଭାଇ ନାରୋଜୀଙ୍କୁ ମନେ ପକାଇଛି ଏହି ପୁସ୍ତକ।

ପୁସ୍ତକର ଲେଖକ ପଦ୍ମଚରଣ ନାୟକ ଦାଦା ଭାଇ ନାରୋଜୀ ବିଦେଶୀ ଶୋଷଣ ବିରୋଧରେ ପ୍ରଥମ ସ୍ଵର ଉତ୍ତୋଳନ କରିଥିଲେ ବୋଲି କହିଥିଲେ ଯେଉଁଥିପାଇଁ ମହାତ୍ମାଗାନ୍ଧୀ ନାରୋଜୀଙ୍କୁ ଜାତୀର ପିତା ଭାବେ ଉଲ୍ଲେଖ କରିଛନ୍ତି। ବହିଟିର ସମୀକ୍ଷା କରି ସାହିତ୍ୟିକ ରବିନ୍ଦ୍ର କୁମାର ସାହୁ ଶ୍ରୀ ନାୟକଙ୍କ ବିଭିନ୍ନ ବ୍ୟକ୍ତିଙ୍କର ଜୀବନୀ ଲେଖନକୁ ଭୂୟସୀ ପ୍ରଶଂସା କରିଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ତଥା ଇନଷ୍ଟିଚ୍ୟୁଟି ଅଫ ପବ୍ଲିକ୍ ଫାଇନାନ୍ସ ପଂଚାନନ କାନୁନ୍‌ଗୋ ଦାଦା ଭାଇ ନାରୋଜୀଙ୍କ “ ମନିଡ୍ରେନ୍” ତତ୍ତ୍ବ ଉପରେ ଆଲୋକପାତ କରିଥିଲେ। ସେହି ଶୋଷଣ ଧାରା ଆଜି ବି ଚାଲିଛି ବୋଲି ଉଲ୍ଲେଖ କରିଥିଲେ। ସଭାରେ ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରସାଦ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।