ବକେୟା ବିଲ୍ ନଦେଲେ ଜାନୁଆରୀ ୧୫ରୁ ବିଦ୍ୟୁତ କାଟିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,ଏନଏନ୍ଏସ୍: ସାରା ରାଜ୍ୟରେ ପଡିଥିବା ବକେୟା ବିଦ୍ୟୁତ ବିଲ୍ କୁ ନେଇ ବିଦ୍ୟୁତ ବିଭାଗ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ତେବେ ବକେୟା ବିଲ୍ ଆଦାୟ ଖୁବ୍ ଶୀଘ୍ର ଆଦାୟ କରାଯିବ। ଯଦି ଉପଭୋକ୍ତା ନିର୍ଦ୍ଧାରିତ ସମୟ ମଧ୍ୟରେ ନ ଦିଅନ୍ତି ତେବେ ଜାନୁଆରୀ ୧୫ରୁ ବିଦ୍ୟୁତ ସଂଯୋଗ କାଟି ଦିଆଯିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ବର୍ତ୍ତମାନ ସେସୁର ଆର୍ଥିକ ସ୍ଥିତି ସେତେଟା ଭଲ ନାହିଁ। ଲୋକଙ୍କୁ ଗୁଣାତ୍ମକମାନ ବିଦ୍ୟୁତ ଯୋଗାଇଦେବାକୁ ହେଲେ ଅର୍ଥ ଆବଶ୍ୟକ ରହିଛି। ସାଧାରଣ ଖାଉଟିଙ୍କ ଉପରେ ୨ ହଜାର କୋଟି ଟଙ୍କା ବିଲ୍ ବାକି ପଡିଛି। ଏହି ବକେୟା ବିଲ୍ ରୁ ୯୨% ଘରୋଇ ଉପଭୋକ୍ତାଙ୍କ ଉପରେ ରହିଛି। ଘରୋଇ ଉପଭୋକ୍ତାଙ୍କ ଉପରେ ୧୦୨୩ କୋଟି ଟଙ୍କା ବାକି ପଡିଛି। ମୋଟ ବକେୟାରୁ ୨୦୯ କୋଟି ଉପରେ ଆପତ୍ତି ଅଭିଯୋଗ ଅଛି। ଏହି ଆପତ୍ତି ଥିବା ବିଲ୍ ମଧ୍ୟରୁ ୧୦୮ କୋଟି ଶିଳ୍ପସଂସ୍ଥା ବିଲ୍ ରହିଛି। ଏହି ବକେୟା ବିଲ ଆଦାୟ ପାଇଁ ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯିବ।

ବକେୟା ବିଦ୍ୟୁତ ବିଲ୍ ନେଇ ଖାଉଟୀଙ୍କ ପାଖକୁ ମେସେଜ ଯିବ। ବକେୟା ୬ଟି କିସ୍ତିରେ ଦେବାକୁ ଉପଭୋକ୍ତାଙ୍କୁ ସୁଯୋଗ ଦିଆଯିବ। ଏହି ଅନୁସାରେ ବିଲ୍ ନଦେଲେ ଜାନୁଆରୀ ୧୫ରୁ ବିଦ୍ୟୁତ ସଂଯୋଗ କାଟି ଦିଆଯିବ ବୋଲି ଅରୁଣ ବୋଥ୍ରା କହିଛନ୍ତି।