ଶୀତ ଅଧିବେଶନ ପୂର୍ବରୁ ଆରମ୍ଭ ହେଲା କୋଭିଡ ଟେଷ୍ଟ

ଭୁବନେଶ୍ବର,ଏନ୍ଏନ୍ଏସ୍: ସୋମବାରଠୁ ଆରମ୍ଭ ହେବ ଶୀତକାଳୀନ ଅଧିବେଶନ। ଏନେଇ ଆଜିଠୁ ଆରମ୍ଭ ହେଲା କୋଭିଡ ଟେଷ୍ଟ। ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ କୋଭିଡ ଟେଷ୍ଟ ଆରମ୍ଭ ହୋଇଯାଇଛି।

ସଦସ୍ୟ ମାନଙ୍କ ସହ ସମସ୍ତ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ହେବ କୋଭିଡ ଟେଷ୍ଟ। ବିଧାୟକ, ମନ୍ତ୍ରୀ, କର୍ମଚାରୀ, ସାମ୍ବାଦିକ ସମସ୍ତଙ୍କ କୋଭିଡ ଟେଷ୍ଟ କରାଯିବ। ଆରଟିପିସିଆର ଟେଷ୍ଟ ସହ ଆଣ୍ଟିବଡି ଟେଷ୍ଟ ମଧ୍ୟ କରାଯାଉଛି।