ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣିଥରେ କଟକଣା ଜାରି କରାଯାଇଛି । ଏନେଇ ବିଏମସି କମିଶନର ବିଜୟ ଅମୃତ କୁଳାଙ୍ଗେ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି । ସର୍ବସାଧାରଣରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ୨ମିଟର ସାମାଜିକ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି । ଏଥିସହିତ ବାହାରେ ଛେପ ପକାଇବାକୁ ବାରଣ କରାଯାଇଛି ଏବଂ ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି ।