୨୪ ଘଣ୍ଟାରେ ୪ ହଜାର ଟପିଲା ମୃତ୍ୟୁ, ୩ ଲକ୍ଷ ୪୮ହଜାରରୁ ଅଧିକ ପଜିଟିଭ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ସଂକ୍ରମଣରେ ଆସୁଛି ସୁଧାର। ତଥାପି ଟଳିନି ଭୟ। ସ୍ଥିତି ଏବେ ଗମ୍ଭୀର ରହିଛି। ଗତ ଦୁଇ ଦିନ ହେବ କରୋନା ଗ୍ରାଫ ତଳମୁହାଁ ହୋଇ ରହିଛି। ହେଲେ ବି ମୃତ୍ୟୁ ସଂଖ୍ୟା ୨୪ ଘଣ୍ଟାରେ ରେକର୍ଡ କରିଛି। ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୮ ହଜାର ୪୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୨୦୫ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଜାରି କରିଛି।

ଏଥିସହିତ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୩୩ ଲକ୍ଷ ୪୦ ହଜାର ୯୩୮ ରେ ପହଞ୍ଚିଛି। ସେହିପରି ଦେଶରେ ମୋଟ କରୋନା ରୋଗୀ ସୁସ୍ଥଙ୍କ ସଂଖ୍ୟା ୧ କୋଟି ୯୩ ଲକ୍ଷ ୮୨ ହଜାର ୬୪୨ ରହିଥିବା ବେଳେ ୩୭ ଲକ୍ଷ ୪ ହଜାର ୯୯ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୨ ଲକ୍ଷ ୫୪ ହଜାର ୧୯୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।