ଆଜିଠୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କରୋନା ଟିକା, ୯ଟି ଜିଲ୍ଲା ଉପରେ ଦିଆଯିବ ଗୁରୁତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠୁ ରାଜ୍ୟରେ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ ଟିକା ଦିଆଯିବ। ଏହି ପ୍ରକ୍ରିୟାରେ ସଂକ୍ରମଣ ବଢୁଥିବା ୯ଟି ଜିଲ୍ଲା ଉପରେ ଦିଆଯିବ ଗୁରୁତ୍ୱ। ଦୈନିକ ୨ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ୩ଟି ଜୋନରେ ଜେଡିସିମାନେ ତାଲିକା ପ୍ରସ୍ତୁତ କରିଛନ୍ତି। ୬ଟି ବିଭାଗରେ କାର୍ଯ୍ୟରତ ଲୋକଙ୍କୁ ଟିକା ଦିଆଯିବ। ଷ୍ଟ୍ରିଟ ଭେଣ୍ଡର, ମାଂସ/ମାଛ ବିକ୍ରେତା, ଅଟୋ/ବସ୍ ଡ୍ରାଇଭର, ବିଦ୍ୟାଳୟ/କଲେଜ ଶିକ୍ଷକ, ସୁରକ୍ଷାକର୍ମୀ, ରେଷ୍ଟୁରାଣ୍ଟ କର୍ମଚାରୀ, ମନ୍ଦିର/ଚର୍ଚ୍ଚ/ମସଜିଦ ପୁରୋହିତ, ଜଳ ଯୋଗାଣ, ସଡକ ଟ୍ରାନ୍ସପୋର୍ଟ ସେବା ଏବଂ ଜଳ ଯୋଗାଣ କାର୍ଯ୍ୟରେ ଥିବା ବ୍ୟକ୍ତିଙ୍କୁ ଏଥିରେ ଟିକାକରଣ କରାଯିବ। ଏନେଇ ବିଏମସି ପାଖାପାଖି ୨୦ ହଜାରରୁ ଅଧିକ ଲୋକଙ୍କ ଲିଷ୍ଟ ପ୍ରସ୍ତୁତ କରିଛି।

ସମସ୍ତ ସରକାରୀ ହସ୍ପିଟାଲରେ ଦିନକୁ ୨୦୦ ଲୋକଙ୍କୁ ଭ୍ୟାକ୍ସିନ ପାଇଁ ଟାର୍ଗେଟ ଦିଆଯାଇଛି। ସେଥିପାଇଁ ପ୍ରତି ହସ୍ପିଟାଲରେ ୨ଟା ଭ୍ୟାକ୍ସିନେଟର ଟିମ୍ ଆୟୋଜନ କରାଯାଇଛି। ସେହିପରି ପ୍ରାଇଭେଟ୍ ହସ୍ପିଟାଲରେ ମୋବିଲାଇଜେସନ୍ ୩୦ ପ୍ରତିଶତରୁ ୫୦ ପ୍ରତିଶତକୁ ବଢ଼ାଇ ଦିଆଯାଇଛି। ଆଜିଠୁ ଭୁବନେଶ୍ୱରର ୨୪ଟି ସରକାରୀ ଏବଂ ୩୧ ପ୍ରାଇଭେଟ୍ ହସ୍ପିଟାଲରେ ଟିକାକରଣ କରାଯିବ। ସେହିପରି ବଲାଙ୍ଗିର, ନୂଆପଡା, ସୁନ୍ଦରଗଡ଼, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ବରଗଡ଼, ନବରଙ୍ଗପୁର, ମୟୂରଭଞ୍ଜରେ ସଂକ୍ରମଣ ବଢ଼ୁଥିବାରୁ ଏହି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯିବ।