ଭୁବନେଶ୍ୱରରେ ପହଞ୍ଚିଲା କରୋନା ଟିକା କୋଭାକ୍ସିନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଓଡ଼ିଶାରେ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଗତକାଲି କୋଭିସିଲ୍ଡ ଓଡ଼ିଶାକୁ ଆସିଥିବା ବେଳେ ଆଜି କୋଭାକ୍ସିନ ଟିକା ଆସି ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଡୋଜ ଆସିଛି।

ଭାରତ ବାୟୋଟେକ ଦ୍ୱାରା ଏହି କୋଭାକ୍ସିନ ଟିକା ପ୍ରସ୍ତୁତ ହୋଇଥିବା ବେଳେ ଆଜି ଏହା ଓଡ଼ିଶାର ଭୁବନେଶ୍ୱରରେ ପହଞ୍ଚିଛି। ସେହିପରି ଗତକାଲି ଭୁବନେଶ୍ୱରକୁ ଆସିଥିବା କୋଭିସିଲ୍ଡ ଟିକା ବିଭିନ୍ନ ଜିଲ୍ଲାକୁ ପଠାଯାଇଛି। ଏହି ପର୍ଯ୍ୟାୟରେ ପୁରୀରେ ୭ ହଜାର କୋଭିଡ ଟିକା କୋଭିସିଲ୍ଡ ପହଞ୍ଚିଥିବା ଜଣାପଡ଼ିଛି।