ରାଜ୍ୟରେ କରୋନା ନେଲା ଆଉ ୬ ଜୀବନ, ମୋଟ ୧୨୦ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟର ଆଉ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମର ୩ ଜଣ, ରାୟଗଡ଼ାର ଜଣେ, ଭଦ୍ରକର ଜଣେ ଓ ଗଜପତିର ଜଣେ ଥିବା ଜଣାପଡ଼ିଛି। ଏଥିସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚିଛି।

ଗଞ୍ଜାମର ୩ ମୃତକଙ୍କ ମଧ୍ୟରେ ଜଣେ ୪୪ ବର୍ଷୀୟ ପୁରୁଷ ତାଙ୍କୁ ପୂର୍ବରୁ ଡାଇବେଟିସ ଥିଲା। ସେହିପରି ଜଣେ ୫୯ ବର୍ଷୀୟ ମହିଳା ଓ ଜଣେ ୫୦ ବର୍ଷୀୟ ମହିଳା ତାଙ୍କର ପୂର୍ବରୁ କୌଣସି ରୋଗନଥିଲା। ଏଥିସହ ଗଞ୍ଜାମରେ ମୋଟ ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଛି। ଗଜପତିରେ ଆଜି ଜଣେ ୫୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।

ସେହିପରି ଭଦ୍ରକ ଜିଲ୍ଲାରୁ ମୋଟ ୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଆଜି ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ପୂର୍ବରୁ ଡାଇବେଟିସ ଥିଲା। ରାୟଗଡ଼ା ଜିଲ୍ଲାରୁ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ସେ ପୂର୍ବରୁ ଯକୃତ, ଶ୍ୱାସକ୍ରିୟା ଜନିତ ରୋଗ ଓ ଡାଇବେଟିସରେ ପୀଡ଼ିତ ଥିଲେ।