ରାଜ୍ୟରେ ସୁସ୍ଥ ହେଲେ ଆଉ ୬୦୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ସୁସ୍ଥ ସଂଖ୍ୟା ୩ ଲକ୍ଷ ୧୬ ହଜାର ୪୪୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଆଜି ରାଜ୍ୟର ସୁସ୍ଥ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ମୟୂରଭଞ୍ଜରୁ ସର୍ବାଧିକ ୯୬ ଜଣ ସୁସ୍ଥ ହୋଇଥିବା ବେଳେ ନୂଆପଡ଼ାରୁ ୬୧ ଜଣ, ସୁନ୍ଦରଗଡ଼ରୁ ୫୩ ଜଣ, ଖୋର୍ଦ୍ଧାରୁ ୪୪ ଜଣ, ଅନୁଗୁଳରୁ ୪୦ ଜଣ, ସମ୍ବଲପୁରରୁ ୩୬ ଜଣ, କଟକରୁ ୩୧ ଜଣ ବରଗଡ଼, କେନ୍ଦୁଝର ଓ ପୁରୀରୁ ୨୫ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୧୯ ଜଣ, କଳାହାଣ୍ଡିରୁ ୧୯ ଜଣ, ଯାଜପୁରରୁ ୧୭ ଜଣ, କେନ୍ଦ୍ରାପଡ଼ାରୁ ୧୬ ଜଣ, ବଲାଙ୍ଗିରରୁ ୧୫ ଜଣ, ଜଗତସିଂହପୁରରୁ ୧୫ ଜଣ, ଗଞ୍ଜାମରୁ ୧୧ ଜଣ, କୋରାପୁଟରୁ ୯ ଜଣ, ଝାରସୁଗୁଡ଼ାରୁ ୭ ଜଣ, ଭଦ୍ରକରୁ ୫ ଜଣ, ମାଲକାନଗିରିରୁ ୫ ଜଣ, ଢ଼େଙ୍କାନାଳରୁ ୪ ଜଣ, ସୋନପୁରରୁ ୪ ଜଣ, ଦେବଗଡ଼ରୁ ୩ ଜଣ, ରାୟଗଡ଼ାରୁ ୩ ଜଣ, ବୌଦ୍ଧରୁ ୨ ଜଣ, ଗଜପତିରୁ ୨ ଜଣ, ନବରଙ୍ଗପୁରରୁ ୨ ଜଣ, ନୟାଗଡ଼ରୁ ୨ ଜଣ, କନ୍ଧମାଳରୁ ଜଣେ ଏବଂ ଷ୍ଟେଟ ପୁଲରୁ ୧୦ ଜଣ ସୁସ୍ଥ ହୋଇଛନ୍ତି।