କେନ୍ଦ୍ରାପଡ଼ାରେ ପ୍ରଥମ କରୋନା ପଜେଟିଭ୍

ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ କରୋନା ପଜେଟିଭ୍ ଚିହ୍ନଟ। ସଂକ୍ରମିତ ବ୍ୟକ୍ତି ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲାର। ମାର୍ଚ୍ଚ ୨୪ରେ ବ୍ୟକ୍ତି ଜଣଙ୍କ ଦୁବାଇରୁ ଫେରିଥିବା ସୂଚନା ମିଳିଛି। ରବିବାର ଗୋଟିଏ ଦିନରେ ୧୮ଜଣ କୋରାନା ପଜେଟିଭ୍ ଚିହ୍ନଟ ହୋଇଥିଲେ ଭୁବନେଶ୍ୱରରୁ। ବର୍ତମାନ ସୁଦ୍ଧା ରାଜ୍ୟରେ କରୋନା ପଜେଟିଭ୍ ସଂକ୍ରମିତଙ୍କ ସଂଖ୍ୟା ୪୦ ଛୁଇଁଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛିି।